Kendrapada Express

Kendrapada Express HIIII MY DEAR MEMBERS WELL COME TO THE SHREE BALADEVJEW KENDRAPADA EXPRESS MOTER CORP. NAMASKAR

 #ବୋଝ      ବାପା ମା ଛେଉଣ୍ଡ ଝିଅ ରମା,ଦେଖିବାକୁ ଯେତିକି ସୁନ୍ଦର ତାଠୁ ସୁନ୍ଦର ତାର ବ୍ୟବହାର ଆଉ କଥା ବାର୍ତ୍ତା।      ବାପା ମା ଗଲା ପରଠୁ ...
31/05/2025

#ବୋଝ
ବାପା ମା ଛେଉଣ୍ଡ ଝିଅ ରମା,ଦେଖିବାକୁ ଯେତିକି ସୁନ୍ଦର ତାଠୁ ସୁନ୍ଦର ତାର ବ୍ୟବହାର ଆଉ କଥା ବାର୍ତ୍ତା।
ବାପା ମା ଗଲା ପରଠୁ ଭାଇ ଆଉ ଭାଉଜ ଙ୍କ ପାଖରେ ରମା ରହେ ହେଲେ ଘର ଗୋଟା କର କାମ କୁ ଭାଇ, ଭାଉଜ ଙ୍କ କଦର୍ଯ୍ୟ ବ୍ୟବହାର କଥା ନ କହିବା ଭଲ।
କିନ୍ତୁ ରମା କେବେ ବି ଅଭିଯୋଗ କରେ ନାହିଁ ନିଜର ଭାଗ୍ୟ ଭାବି ଆଦରି ନିଏ, କିନ୍ତୁ ଏକାନ୍ତ ରେ ବାପା, ବୋଉ ଙ୍କ କଥା ମନେ ପକେଇ କାନ୍ଦେ ସେଇ ପୁରୁଣା କଥା ଭାବେ କେତେ ସ୍ନେହ ଆଉ ସରଧା ରେ ବାପା, ବୋଉ ଙ୍କ ପାଖରେ ବଢିଥିଲା ହେଲେ ସେମାନେ ଗଲା ପରଠୁ ସତେ ଯେମିତି କଳା ଅନ୍ଧକାର ମାଡି ଆସିଛି ତା ଜୀବନ ରେ।
ଏମିତି ଅନେକ ଦିନ ବିତିଗଲା ରମା ପାଇଁ ଭଲ ଭଲ ପ୍ରସ୍ତାବ ବିବାହ ପାଇଁ ଆସୁଥିଲା କିନ୍ତୁ ଭାଇ ଆଉ ଭାଉଜ ଉଭୟ ଯୌତୁକ ଦବାକୁ ପଡିବ ବୋଲି ମନା କରିଦେଲେ।
ଦିନେ ପଣ୍ଡିତେ ଗୋଟେ ବାହାଘର ପ୍ରସ୍ତାବ ଆଣିଲେ ପୁଅ ଟି ଘର ଭାରି ଗରିବ ଦିନ ମଜୁରି କରି ମା ଆଉ ପୁଅ ଚଳନ୍ତି କହିବାକୁ ଗଲେ ଘର ଢିଅ ଛଡା କିଛି ନାହିଁ।
ରମା ର ଭାଇ ଆଉ ଭାଉଜ ସାଙ୍ଗେ ସାଙ୍ଗେ ପ୍ରସ୍ତାବ ରେ ରାଜି ହୋଇଗଲେ କାରଣ ବିନା ଯୌତୁକ ରେ ବାହାଘର କରିବେ କାହିଁ ହାତ ଛଡା କରିବେ।
ସତେ ଯେମିତି ରମା ସେମାନଙ୍କ ଉପରେ ବୋଝ ଥିଲା।
କିଛି ଦିନ ରେ ବାହାଘର ହେଇଗଲା କେବଳ ଶାଢୀ କେଇଖଣ୍ଡ ଛଡା ଭାଇ ଆଉ ଭାଉଜ କିଛି ବି ଦେଲେ ନାହିଁ।
ଶାଶୁ ଘରେ ପାଦ ଦେବା ପୁର୍ବରୁ ରମା ମନରେ ଭୟ ଥାଏ ଶାଶୁ ଘର ଲୋକେ କଣ କହିବେ କିଛି ଆଣି ଆସିନାହିଁ।
କିନ୍ତୁ ରମା ଶାଶୁ ଘରେ ପହଞ୍ଚିବା କ୍ଷଣି ଶାଶୁ ଆଉ ବନ୍ଧୁବାନ୍ଧବ ଅତି ଶ୍ରଦ୍ଧା ରେ ବୋହୂ କୁ ବନ୍ଦାପନା କରି ପାଛୋଟି ନେଲେ।
ରମା ଓଳିଏ ଖାଇଲେ ଆର ଓଳି ଉପାସ ରହେ ଶାଶୁ ଘରେ ହେଲେ ଶାନ୍ତି ରେ ଥାଏ।
ଦେଖୁ ଦେଖୁ ସାବିତ୍ରୀ ବ୍ରତ ପାଖେଇ ଆସିଲା ରମା ଅପେକ୍ଷା କରିଥାଏ ପ୍ରଥମ ସାବିତ୍ରୀ ଭାଇ ଆଉ ଭାଉଜ ନିହାତି ଆସିବେ ହେଲେ ଘର ର କୋଠିଆ ହାତରେ ଖଣ୍ଡେ ସୂତା ଲୁଗା କୁ ନଡିଆ ବାସ୍।
ରମା ଆଖିରେ ଆଖିଏ ଲୁହ ଲୁଚେଇ କୋଠୀଆ କୁ ପଚାରିଲା ତୁ କଣ ଆସିଛୁ ଭାଇ, ଭାଉଜ ଆସିଲେ ନାହିଁ।
କୋଠୀଆ ରଘୁ ଚୁପ୍ ରହିଲା ରମା ବୁଝିଗଲା ସେମାନେ ନିଜ ଇଚ୍ଛା ରେ ଆସିନାହାନ୍ତି।
ଏମିତି କିଛି ଦିନ ବିତିଗଲା ରମା ର ସ୍ୱାମୀ ଙ୍କ ଦେହ ବହୁତ୍ ଅସୁସ୍ଥ ପାଖରେ ପଇସା ଟିଏ ନାହିଁ ରମା କଣ କରିବ ଭାବି ଭାବି ଦଉଡ଼ି ଗଲା ବାପ ଘରକୁ।
ଭାଇ, ଭାଉଜ ଙ୍କୁ ସବୁ କହିଲା ପରେ ବି ସେମାନେ ସଫା ସଫା ମନା କରିଦେଲେ ପଇସା ହବନି ଆଉ ଟିକେ ବସିବା ତ ଦୂରର କଥା ପାଣି ଗିଲାସ ଟେ କେହି ଜାଚିଲେ ନାହିଁ ରମା ସେଠୁ କାନ୍ଦି କାନ୍ଦି ଘରେ ଆସି ପହଞ୍ଚି......
ଶାଶୁ ସହ କଥା ହେଇ ଘର ଟି କୁ ବନ୍ଧା ପକାଇଲେ ଆଉ ସେଇ ପଇସା ରେ ସ୍ୱାମୀ ଙ୍କୁ ଭଲ କଲେ।
ଏଥର ରମା ମଧ୍ୟ କାମ କଲା ସ୍ବାମୀ ଙ୍କ ସହ ମିଶି ଧିରେ ଧିରେ ପଇସା ରଖି ଆଗ ଘର ଢିଅ ମୁକାଳିଲେ ଆଉ ତାପରେ ଯେମିତି ମା ଲକ୍ଷ୍ମୀ ରମା ଉପରେ କୃପା କଲା ପରି ଧିରେ ଧିରେ ତାର ଘର ଧନ ସମ୍ପତି ରେ ପୁରିବାକୁ ଲାଗିଲା।
ଏକର ଏକର ଜମି କୁ ଦୁଇହଳ ବଦଳ ର ଚାଷ ଆଉ ଘର ବାଡ଼ି, ଚାକର, ପୂଜାରୀ କିଛି ର ଅଭାବ ରହିଲା ନାହିଁ।
ଏମିତି କିଛି ଦିନ ପରେ ରମା ବାପା ଘର କୋଠୀଆ ଦିନେ ଉଦୁଉଦିଆ ଖରା ବେଳେ ଆସି ପହଞ୍ଚି ଲା ଆଉ କହିଲା ରମା ଭାଇ, ଭାଉଜ ଙ୍କ ଅବସ୍ଥା ସବୁ ଜମି ବାଡି ଆଉ ଘର ଦ୍ବାର ନିଲାମ ହେଇଯାଇଛି ଆଉ କରଜ ରେ ରମା ଭାଇ ବୁଡି କି ଅଛି କାରଣ ତାଙ୍କ ବ୍ୟବସାୟ ପୁରା ବୁଡିଗଲା ପରେ ଏଇ ଅବସ୍ଥା।
କୋଠୀଆ ରଘୁ କହିଲା ରମା ନାନୀ ତୁମେ ଆସିଲା ଦିନରୁ ଧିରେ ଧିରେ ସେ ଘରୁ ଲକ୍ଷ୍ମୀ ଛାଡି ଗଲେ ଆଉ ସେମାନେ ଏବେ ଦାଣ୍ଡ ର ଭିକାରୀ।
ରମା ଭାରି ଦୟାଳୁ ଆଉ ଭଲ ଝିଅ ଥିଲା ଭାଇ ଭାଉଜଙ୍କ ଏଡେ ବଡ ବିପଦ ଦେଖି ସ୍ବାମୀ ଙ୍କୁ ନେଇ ଚାଲିଲା ବାପ ଘରକୁ ହେଲେ ସେଠି କାହାକୁ ପାଇଲା ନାହିଁ ଶେଷ ରେ ଗାଆଁ ଲୋକ କହିଲେ ତୋ ଭାଇ ଆଉ ଭାଉଜ ମନ୍ଦିର ପାଖର ସେ ଭଙ୍ଗା ଘରେ ରହୁଛନ୍ତି।
ରମା ସେଠି ପହଞ୍ଚି ଭାଇ, ଭାଉଜ ଙ୍କୁ ଧରି କାନ୍ଦିବାକୁ ଲାଗିଲା କହିଲା ଭାଇ ଏଡେ ବଡ ବିପଦ ରେ ପଡିଲା ହେଲେ ମୋତେ ଟିକେ କହିଲ ନାହିଁ।
ଭାଉଜ କାନ୍ଦ କାନ୍ଦ ସ୍ଵର ରେ ରମା ତୁମ ପ୍ରତି କରିଥିବା ଅନ୍ୟାୟ ର ଆମେ ଫଳ ଭୋଗୁଚୁ କୋଉ ମୁହଁ ରେ କହିଥାନ୍ତି 🥺
ରମା ସାଙ୍ଗେ ସାଙ୍ଗେ ଘର ଢିଅ ଆଉ ଜମିବାଡି ଫେରସ୍ତ ଆଣିବା ସହ ଭାଇ ଙ୍କ ବ୍ୟାପାର ରେ କିଛି ଟଙ୍କା ଦେଇ ପୁଣି ଠିଆ କଲା।
ସେଦିନ ରମା ର ଭାଇ ଆଉ ଭାଉଜ ଙ୍କ ମୁହଁ ଲାଜ ରେ ଆଉ ଅନୁତାପ ରେ ତଳକୁ ହେଇଯାଉଥାଏ।
ସେଦିନ ପୁରା ଗାଆଁ ରମା କୁ ବାହା ବାହା କରୁଥାଏ
ରମା ପ୍ରମାଣ କରିଦେଲା ଝିଅ ବୋଝ ନୁହଁ କି ଅଲୋଡା ନୁହଁ।
ଝିଅ ଟିଏ ବାପା ବୋଉ ଯିବା ପରେ ଭାଇ ଆଉ ଭାଉଜ ଙ୍କ ଠୁ ଟିକେ ଭଲପାଇବା ଆଉ ସେହ୍ନ ଆଦର ଚାହେଁ।
ଏଇ କାହାଣୀ ମାଧ୍ୟମରେ ମୋର ଛୋଟ ଅନୁରୋଧ ଝିଅ ମାନଙ୍କର ବାପ ଘର କେବେ ବନ୍ଦ୍ କରିବେ ନାହିଁ କାରଣ ଝିଅ ଟି ର ବାପା ଘର ର ତୋନି ପାଣି କୁ ବି ଆଶା ଥାଏ।
ଝିଅ ବୋଝ ନୁହଁ ସମୟ ଖରାପ୍ ଥିଲେ ଏଇ ଝିଅ ମାନେ ଆଗ ଦଉଡ଼ି ଆସନ୍ତି ବାପ ଘରକୁ।
ରମା ପରି ଅନେକ ଝିଅ ଅଛନ୍ତି ଅଲୋଡା ଆଉ ବୋଝ ହେଇ କିନ୍ତୁ ଶେଷ ରେ ଏତିକି କହିବି ଝିଅ ଟେ ଖୁସୀ ରହିଲେ ଦୁନିଆ ଖୁସୀ ରହେ।
ଭଉଣୀ ବା ଝିଅ ବାପା, ଭାଇ ଙ୍କ ଉପରେ ବୋଝ ନୁହଁ ତାଙ୍କ ବଳ ହେଇଥାଏ।

Address

Bhubanswar
Bhubaneswar
754001

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 8pm

Telephone

09776624233

Alerts

Be the first to know and let us send you an email when Kendrapada Express posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kendrapada Express:

Share